ପ୍ରଥମେ ରିମେକ୍ କରିକି ଗୀତ କଲେ ଖରାପ, ଏବେ କ୍ରିତିଙ୍କ ଉପରେ ଆସିଲା ଡ୍ୟାନ୍ସ ଷ୍ଟେପ୍ ଚୋରି ଅଭିଯୋଗ

Published By : Prameya-News7 Bureau | October 24, 2024 IST

ମୁମ୍ଵାଇ ୨୪।୧୦: ଫିଲ୍ମ ‘ଦୋ ପତ୍ତି’ରେ ଅଭିନୟ ସହିତ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି କ୍ରିତି ସାନନ୍‌ । ତାଙ୍କ ସହ କାଜୋଲ ମଧ୍ୟ ନଜର ଆସିବେ । ନିକଟରେ ଫିଲ୍ମର ଏକ ଗୀତ ‘ଆଖିୟାଁ ଦେ କୋଲ’ ରିଲିଜ୍‌ ହୋଇଛି । ଏହା ଏକ ପାକିସ୍ତାନୀ ଗୀତ, ଯାହାକୁ ‘ଦୋ ପତ୍ତି’ରେ ରିମେକ୍‌ କରାଯାଇଛି । କିନ୍ତୁ ଏବେ ପାକ୍‌ କଳାକାର ଅଦନାନ୍‌ ସିଦ୍ଦିକି ଏହାକୁ ନେଇ ଆପତ୍ତି କରିଛନ୍ତି । ‘ଆଖିୟାଁ ଦେ କୋଲ’ ରିଲିଜ୍‌ ହେବା ପରେ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସିତ ହେଉଛି । 

କିନ୍ତୁ ପାକ୍‌ କଳାକାର ଅଦନାନ୍‌ କ୍ରିତିଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ସମାଲୋଚନା କରିଛନ୍ତି । ତାଙ୍କ ବିରୋଧରେ ଗୀତ ଚୋରି ଅଭିଯୋଗ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲ୍‌ରେ କ୍ରିତିଙ୍କର ଏହି ଗୀତର ଫଟୋ ଶେୟାର କରି ସେ ଲେଖିଛନ୍ତି ‘ନକଲ କରିବା ଆଦୌ ଭୁଲ କଥା ନୁହେଁ । କିନ୍ତୁ ଏକ ସୁନ୍ଦର ଓ ଉତ୍କୃଷ୍ଟ ଗୀତକୁ ଖରାପ କରିବା ଭୁଲ କଥା । ଆପଣଙ୍କୁ ରେଶମା ଜୀଙ୍କୁ ଟିକିଏ ସମ୍ମାନ ଦେବା ଉଚିତ୍‌ ଥିଲା । ତାଙ୍କ ସଙ୍ଗୀତ ପୂର୍ଣ୍ଣ ସମ୍ମାନର ହକ୍‌ଦାର । ଏହା ଗୀତର ସମ୍ପୂର୍ଣ୍ଣ ଖରାପ ପ୍ରଦର୍ଶନ ।’ 

‘ଆଖିୟାଁ ଦେ କୋଲ’କୁ ନେଇ ମିଳୁଥିବା ପ୍ରଶଂସାରେ କ୍ରିତି ଖୁବ୍‌ ଖୁସି । କିନ୍ତୁ ଅଦନାନଙ୍କ ଟ୍ୱିଟ୍‌ର ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏବେ ସେ ଫିଲ୍ମର ରିଲିଜ୍‌ ଉପରେ ପୂରା ଧ୍ୟାନ ଦେଉଛନ୍ତି । ଏ ମାମଲାରେ ଫ୍ୟାନ୍‌ ସୋସିଆଲ ମିଡିଆରେ କ୍ରିତିଙ୍କୁ ସମର୍ଥନ କରୁଛନ୍ତି । ‘ଆଖିୟାଁ ଦେ କୋଲ’ ଗୀତକୁ ତନିଷ୍କ ବାଗଚୀ ଓ ଶିଲ୍ପା ରାଓ ଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.